କିମ ଜୋଙ୍ଗଙ୍କ ବଡ ଘୋଷଣା: କମ ଖାଦ୍ୟ ଖାଅ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଉତ୍ତର କୋରିଆ ଶାସକ ତାନାଶାହ କିମ ଜୋଙ୍ଗ ଉନ । କିମଙ୍କ ଏକ ବଡ଼ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଉତ୍ତର କୋରିଆରେ ଖାଦ୍ୟାଭାବ ଏବେ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ଏଭଳି ସ୍ଥିତିରେ ଦେଶବାସୀଙ୍କୁ କମ ଖାଦ୍ୟ ଖାଇବାକୁ କହିଛନ୍ତି କିମ୍‌ । ଆବଶ୍ୟକ ପରିମାଣର ଖାଦ୍ୟ ବିତରଣ ହୋଇପାରୁନଥିବାରୁ ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚି ପାରୁନାହିଁ । ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ ହୋଇ ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁସାରେ ପ୍ରାକୃତିକ ଦୁର୍ବପାକ, ଅସୁସ୍ଥତା ଓ କୃଷି ଯନ୍ତ୍ରପାତିର ଘୋର ଅଭାବ ଏଭଳି ପରିସ୍ଥିତି ସୃଷ୍ଟି ହେବାର ପ୍ରମୁଖ କାରଣ ବୋଲି କୁହାଯାଉଛି । ତେବେ ଦେଶ ତା’ର ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଯୋଗାଇବାରେ ଅସମର୍ଥ ହେଉଥିବାରୁ ଲୋକଙ୍କ ପାଇଁ ଖାଦ୍ୟାଭାବ ସମସ୍ୟା ଚିନ୍ତାର କାରଣ ସାଜିଛି ।