ପାକିସ୍ତାନର ବିଜୟ ପାଳୁଥିବା ଲୋକଙ୍କ ନାଁରେ ଦେଶଦ୍ରୋହୀ ମାମଲା ଲାଗୁ ହେବ

ୟୁପି: ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ ମ୍ୟାଚରେ ପାକିସ୍ତାନର ବିଜୟ ପାଳନ କରୁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହୀ ଆଇନ ଲାଗୁ ହେବ ବୋଲି ୟୁୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଏକ ସାକ୍ଷାତକାର ବେଳେ ଯୋଗୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ଭାରତ ବିପକ୍ଷରେ ଏହି ଖେଳରେ ପାକିସ୍ତାନର ବିଜୟ ପାଇଁ ଦେଶ-ବିରୋଧୀ ସ୍ଲୋଗାନ ଦେଇ ଆଗ୍ରାରେ ତିନିଜଣ ଛାତ୍ର ଗିରଫ ହେବା ପରେ ଯୋଗୀ ଆଦିତ୍ୟନାଥ ଏଭଳି ମନ୍ତବ୍ୟ ଦେଇଛନ୍ତି । ଗତ ରବିବାର ଦିନ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ପାକିସ୍ତାନର ଏକତରଫା ବିଜୟୀ ହାସଲ କରିଥିଲା ।