ଡ୍ରଗ୍ସ ପାର୍ଟି ମାମଲାରେ ମୁନମୁନ ମୁକୁଳିଲେ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କ ସହ ଗିରଫ ହୋଇଥିବା ମୁନ୍‌ମୁନ ଧମେଚା ଜେଲରୁ ମୁକୁଳିଛନ୍ତିି । ଅରବାଜ ମର୍ଚ୍ଚାଣ୍ଡ ମଧ୍ୟ ଆର୍ଥର ରୋଡ ଜେଲରୁ ଶୀଘ୍ର ବାହାରିବା ନେଇ ସମ୍ଭାବନା ରହିଛି । ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ୍‌ ଧମେଚାଙ୍କୁ ଗିରଫ କରିଥିଲା । ତେବେ ଆର୍ଯ୍ୟନ୍‌ଙ୍କ ସମେତ ଏହି ଦୁଇ ଜଣଙ୍କୁ ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ ।