ନୂଆଦିଲ୍ଲୀ: ଟିକାକରଣ କମ୍ ଥିବା ଜିଲ୍ଲାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକ ବୁଧବାର ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ମଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜି-୨୦ ସମ୍ମିଳନୀରେ ଯୋଗଦେଇ ଫେରିବା ପରେ ଭିସି ମାଧ୍ୟମରେ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ବୈଠକରେ ପ୍ରଥମ ଡୋଜର ୫୦ ପ୍ରତିଶତରୁ କମ୍ ଏବଂ ଅତି ଅଳ୍ପ କଭରେଜ ଥିବା ଦ୍ୱିତୀୟ ଡୋଜ ଜିଲ୍ଲାଗୁଡିକ ଅନ୍ତର୍ଭୁକ୍ତ ହେବ । ବିଶେଷ କରି ଝାଡଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟାନ୍ୟ ରାଜ୍ୟରେ ୪୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ଏହି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ ।