କାର ବିସ୍ଫୋରଣ ୧୨ ମୃତ

ୟେମେନ: ୟେମେନର ଆଡେନ୍‌ ବିମାନବନ୍ଦର ସମ୍ମୁଖରେ ଏକ ବିସ୍ଫୋରଣ ଘଟି ପ୍ରାୟ ୧୨ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିମାନବନ୍ଦର ପାଖରେ ଏକ ହୋଟେଲ ଅଛି । ଏହି ହୋଟେଲ ସାମ୍ନାରେ ଏକ କାରରେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । କିଛିଦିନ ତଳେ ମଧ୍ୟ ଆଡେନ ଗଭର୍ଣ୍ଣରଙ୍କୁ ଟାର୍ଗେଟ୍‌ କରି କାର ବୋମା ବିସ୍ଫୋରଣ କରାଯାଇଥିଲା । ଏଥିରେ ୬ ଜଣ ପ୍ରାଣ ହରାଇଥିଲେ । ତେବେ ଗଭର୍ଣ୍ଣର ଅଳ୍ପକେ ବର୍ତ୍ତି ଯାଇଥିଲେ ।