ପୁଣି ତାଲିବାନର ଅତଙ୍କୀରାଜ: ୧୩ ଜଣଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନରେ ପୁଣି ତାଲିବାନର ଆତଙ୍କୀରାଜ । ଏକ ବିବାହ ଉତ୍ସବରେ ଗୀତ ବନ୍ଦ ନକରିବାରୁ ତାଲିବାନ ଆତଙ୍କବାଦୀ ୧୩ ଜଣଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ଏହି ଘଟଣା ପରେ ସେଠାକାର ଲୋକେ ଭୟଭିତ ହୋଇ ରହିଛନ୍ତି । ତାଲିବାନର କେତେକ କଟକଣାକୁ ନମାନି ଲୋକେ ଏକ ବିବାହ ଉତ୍ସବରେ ପାରମ୍ପରିକ ସଙ୍ଗୀତ ଗାନ କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି । ଏହି ଗଣହତ୍ୟା ପାଇଁ ସେ ତାଲିବାନ ସହ ପାକିସ୍ତାନକୁ ମଧ୍ୟ ଦାୟୀ କରିଛନ୍ତି । ତାଲିବାନର ଏହି ବର୍ବରତା ବିରୋଧରେ ବିଶ୍ୱ ସମୁଦାୟ ମଧ୍ୟ ସ୍ୱର ଉଠାଇବା ଜରୁରୀ ବୋଲି ସଲେହ କହିବା ସହ ଜାତିସଂଘର ଦୃଷ୍ଟି ଆକର୍ଷଣ କରିଛନ୍ତି ।