ସୋସିଆଲ ମିଡିଆରୁ ନିଜକୁ ଦୂରେଇଲେ ରାଜକୁନ୍ଦ୍ରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିଛନ୍ତି । ବର୍ତ୍ତମାନ ରାଜ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ କୁନ୍ଦ୍ରା ଜେଲରୁ ବାହାରିବା ପରେ ସୋସିଆଲ ମିଡିଆରେ ନଜକୁ ଦୂରେଇ ରହିବାକୁ ଚାହୁଁଛନ୍ତି । ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ରାଜ କୁନ୍ଦ୍ରାଙ୍କ ଅଫିସିଆଲ୍‌ ପେଜ୍‌ ଖୋଲିବା ଦ୍ୱାରା ପେଜ୍‌ ଦେଖାଯାଉ ନାହିଁ ।