ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । କିଛିଦିନ ତଳେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳରେ ଅନ୍ତକନ୍ଦଳ ଯୋଗୁଁ ତାଙ୍କୁ ଏହି ଇସ୍ତଫା ଦେବାକୁ ପଡିଥିଲା । ଶେଷରେ କଂଗ୍ରେସ ଛାଡିଛନ୍ତି ଏହି ଭେଟେନାର ନେତା କ୍ୟାପଟେନ ଅମରିନ୍ଦର ସିଂହ । ଇସ୍ତଫା ପତ୍ରରେ କ୍ୟାପଟେନ୍ ଲେଖିଛନ୍ତି, ପଞ୍ଜାବର ପ୍ରାୟ ସମସ୍ତ ଏମ୍ପି ଏବଂ ମୋର ଅନୁରୋଧ ପରେ ବି ଆପଣ ନବଜୋତ ସିଂହ ସିଦ୍ଧୁ ଭଳି ଜଣେ ପାକିସ୍ତାନୀ ପ୍ରେମୀକୁ ଦଳରେ ବଡ ନଯୁକ୍ତି ଦିଆଗଲା । ଯିଏକି ତାଙ୍କ ଦେଶର ଆର୍ମି ମୁଖ୍ୟ ଜେନେରାଲ ବାଜୱା ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ଆଲିଙ୍ଗନା କରିଥିଲା ତାକୁ ଦଳରେ ଗୁରୁତ୍ୱ ଦିଆଗଲା । ମୋ ପ୍ରତି ଦଳର ମନମୁଖୀ କାର୍ଯ୍ୟ ଯୋଗୁଁ ଅନ୍ତରକୁ ଖୁବ ବାଧିଥିଲା ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ରାଜୀବ ଗାନ୍ଧିଙ୍କ ସହ ୬୭ ବର୍ଷର ସମ୍ପର୍କ । ୧୯୫୪ ମସିହାରେ ଗୋଟିଏ ସ୍କୁଲରେ ପାଠ ପଢୁଥିଲୁ । ତାଙ୍କ ପିଲାମାନଙ୍କୁ ନିଜ ପିଲାବୋଲି ଭାବେ । କିନ୍ତୁ ଏବେ ଆପଣଙ୍କ କାର୍ଯ୍ୟକଳାପ ଏବଂ ନିଷ୍ପତ୍ତି ଅନ୍ତରକୁ ଖୁବ ବାଧିଛି । ତେଣୁ ଦଳରେ ରହିବାକୁ ଆଉ ଉଚିତ ମନେ କରୁନାହିଁ । ତେଣୁ ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳ ଠାରୁ ଦୂରେଇ ରହୁଥିଲେ ଅମରିନ୍ଦର ସିଂହ । ଚରଣଜିତ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାଠାରୁ ଚୁପଚାପ ରହୁଥିଲେ ଅମରିନ୍ଦର ।