ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନ୍କୁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜରୁରୀକାଳୀନ ବ୍ୟବହାର ପାଇଁ ହୁ ଏହି ଅନୁମତି ପ୍ରଦାନ କରିଛି । ଅକ୍ଟୋବର ୨୬ରେ ବସିଥିବା ଟିଏଜିର ବୌଠକରେ କୋଭାକ୍ସିନ୍ର ପ୍ରସ୍ତୁତିକୁ ନେଇ ଅଧିକ ତଥ୍ୟ ମଗାଯାଇଥିଲା । ଏହାପରେ ବିଶ୍ୱରେ ଏହା ବ୍ୟବହୃତ ହୋଇପାରିବ ନା ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ନ୍ୟୁଜ୍ ଏଜେନ୍ସି ଏନଆଇକୁ ହୁ ପକ୍ଷରୁ ସୂଚନା ଦିଆଯାଇଥିଲା ।