ଆଠଗଡ: ଆଜିଠୁ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ହୋଇଛି । ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଥିବା କହିଛନ୍ତି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । ଖବର ଅନୁଯାୟୀ ଏହି ଦୀପାବଳି ପର୍ବ ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ କଟକଣା ଜାରି କରିଛନ୍ତି । କୋଭିଡ଼ ନିୟମ ଅନୁଯାୟୀ ୪ ତାରିଖ ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି । ଯାହାଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଲୋକେ ବଞ୍ଚିତ ହେବେ । କିନ୍ତୁ ବାବାଙ୍କ ନୀତିକାନ୍ତି ସୂଚାରୁ ରୂପେ ପାଳନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।