ଆସାମ: ଆସାମର କରୀମଗଞ୍ଜରେ ଘଟିଛି ଏକ ଅଭାବନୀୟ ଘଟଣା । ଛଟ୍ ପୂଜା ସାରି ଫେରୁଥିବାବେଳେ ଏକ ଅଟୋକୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ସୂଚନାନୁସାରେ କରୀମଗଞ୍ଜ ଦେଇ ଯାଇଥିବା ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ଛଟ୍ ପୂଜା ସାରି କିଛି ଶ୍ରଦ୍ଧାଳୁ ଏକ ଅଟୋରେ ଘରକୁ ଫେରୁଥିବାବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେବା ଫଳରେ ୯ଜଣଙ୍କ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଦ୍ରୁତ ଗତିରେ ଆସିବା ସହ ଅଟୋ ରିକ୍ସାକୁ ଧକ୍କା ଦେଇଥିଲା । ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏହି ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ପୋଲିସ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।