ଭାରତୀୟ ହକି ଟିମରେ ୩ ଓଡିଆ

ଭୁବନେଶ୍ୱର: ଜୁନିୟର ବିଶ୍ୱକପ୍‌ ହକି ଟିମ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି ।ଏହି ଦଳରେ ୩ଜଣ ଓଡିଆଙ୍କୁ ସ୍ଥାନ ମିଳିଛି । ଏହି ୩ ଖେଳାଳି ହେଲେ ସୁନିଲ ଜୋଜୋ, ସୁଦୀପ ଚିରିମାକୋ ଓ ଅଭିଷେକ ଲାକ୍ରାଙ୍କୁ ସ୍ଥାନ ମିଳିଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି ବିଶ୍ୱକପ । ଏଥିରେ ୧୬ଟି ଟିମ୍‌ ଅଂଶଗ୍ରହଣ କରିବେ । କୋଭିଡ କଟକଣାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଖେଳାଳି ଓ ଷ୍ଟାଫଙ୍କ ପ୍ରତିଦିନ ହେବ ଆରଟିପିସିଆର ଟେଷ୍ଟ ।