ସେନସେଜ ହୋଟେଲରେ ହେବ ଭକ୍କି ଓ କାଟ୍ରିନାଙ୍କ ବିବାହ!

ମୁମ୍ବାଇ: କାଟ୍ରିନା କୈଫ ଓ ଭିକ୍କି କୌଶଲ ଡିସେମ୍ବର ମାସରେ ବିବାହ କରିବେ ବୋଲି ଜଣାପଡିଛି ।ଉଭୟ ରାଜସ୍ଥାନର ଏକ ହୋଟେଲରେ ବିବାହ କରିବେ । ଏହି ହୋଟେଲର ନାମ ସେନସେଜ ହୋଟେଲ ରହିଛି । ଦୁହିଁଙ୍କ ପରିବାର ଏହି ହୋଟେଲରେ ରହିବେ । ଡିସେମ୍ବର ୭ରୁ ୧୨ ଯାଏଁ ଏହି ହୋଟେଲକୁ ବୁକ କରାଯାଇଛି । ଏନେଇ ଉଭୟ କୌଣସି ସୂଚନା ଦେଇ ନାହାନ୍ତି । ତେବେ ଭକ୍କି ଓ କାଟ୍ରିନା ଏନେଇନେଇ କୌଣସି ସୂଚନା ଦେଇନଥିବାବେଳେ ସେମାନଙ୍କ ବିବାହକୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସିଛି ।