ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ସହଯୋଗୀ ରିୟାଜ ଭଟ୍ଟୀଙ୍କ ପତ୍ନୀ ରେହନୁମା ରିୟାଜ ଭଟ୍ଟୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ପୁଲିସ୍ ଆଗରେ ସେ ସ୍ୱାମୀଙ୍କ ନାମରେ ଯୌନ ନିର୍ଯାତନା, ଦୁଷ୍କର୍ମ ଓ ସେକ୍ସ ରାକେଟ ଅଭିଯୋଗ ଆଣିଛନ୍ତି । ଏହି ଅବସରରେ ତାଙ୍କୁ ୧୫-୨୦ ଜଣଙ୍କ ସହ ରାତି କଟାଇବା କଥା ମଧ୍ୟ କହିଛନ୍ତି । ଏକ ହୋଟେଲରେ ତାଙ୍କୁ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍ ଓ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ କ୍ରିକେଟ ଜଗତରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ସ୍ୱାମୀ ରିୟାଜ ତାଙ୍କୁ ବ୍ୟାବସାୟିକ ସ୍ୱାର୍ଥ ପାଇଁ ବିଭିନ୍ନ ସହଯୋଗୀଙ୍କ ସହ ରାତି କଟାଇବାକୁ ବାଧ୍ୟ କରିବା ସହ ଦୁଇ ପୁତ୍ରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗ କରିଛନ୍ତି ରେହନୁମା । ରେହନୁମା ପୁଣି ଅଭିଯୋଗ କରିଛନ୍ତି ଯେ ୧୫ ବର୍ଷ ବୟସ ବେଳେ ମୋ ବିଧବା ମା’କୁ ଧମକ ଦେଇ ମୋତେ ବିବାହ କରିବା ସହ ମୋ ସହ ଯୌନ ସମ୍ପର୍କ ପ୍ରତିଷ୍ଠା କରିଥିଲେ । ଅନେକ ଥର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରିୟାଜ ମୋତେ ଏକ ହୋଟେଲରେ ପୃଥ୍ୱୀରାଜ କୋଠାରୀଙ୍କ ସହ ପରିଚିତ କରାଇବା ପରେ ସେ ମୋତେ ଦୁଷ୍କର୍ମ କରିଥିଲେ । ସେହି ହୋଟେଲ୍ରେ ହାର୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍ ଏବଂ ରାଜୀବ ଶୁକ୍ଳା ତାଙ୍କୁ ଦୁଷ୍କର୍ମ କରିଥିଲେ । ବହୁ ବଡ ବ