ଖୁବଶୀଘ୍ର ପତ୍ରଲେଖା-ରାଜକୁମାରଙ୍କ ବିବାହ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ପତ୍ରଲେଖା ଓ ଅଭିନେତା ରାଜକୁମାର ରାଓ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ବିବାହ କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି । ଏନେଇ ନିର୍ବନ୍ଧର କିଛି ଫଟୋ ଭାଇରାଲ ହୋଇଥିବା ଜଣାପଡିଛି । ଆଗକୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜକୁମାର ପତ୍ରଲେଖାଙ୍କୁ ସ୍ୱତନ୍ତ୍ର ଉପହାର ଦେବେ ବୋଲି ଜଣାପଡିଛି । ସେହି ସବୁ ଚିଠିକୁ ପତ୍ରଲେଖାଙ୍କୁ ଉପହାର ଆକାରରେ ଦେବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ ସିଟି ଲାଇଟସରେ ଦୁହେଁ ଅଭିନୟ କରିଥିବା ବେଳେ ଏହି ଫିଲ୍ମ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା ।