କରୋନା କଟକଣାରେ ଖୋଲିଲା କରତାରପୁର କରିଡର

ନୂଆଦିଲ୍ଲୀ: ଖୋଲିଲା କରତାରପୁର ସାହିବ କରିଡର । ଏନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏନେଇ ଗତକାଲି ସ୍ପଷ୍ଟ କରିଛନ୍ତି । ଶାହା କହିଥିଲେ ଯେ, ଏହି କରିଡର ଖୋଲାଯିବା ଦ୍ୱାରା ଶିଖ୍‌ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନେ ବିଶେଷ ଉପକୃତ ହେବେ । ଆସନ୍ତା ୧୯ ତାରିଖରେ ଗୁରୁ ନାନକ ଦେବଙ୍କ ପ୍ରକାଶ ପରବ ପଡୁଥିବାରୁ ତା ପୂର୍ବରୁ ମୋଦି ସରକାର ଏହି କରିଡର ଖୋଲିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଖ୍‌ ସମ୍ପ୍ରଦାୟର ନେତାମାନେ ଧନ୍ୟବାଦ ଜଣାଇଛନ୍ତି । କରୋନା ମହାମାରୀ ଯୋଗୁ ଗତ ୨୦୨୦ ମାର୍ଚ୍ଚରେ ଏହାକୁ ବନ୍ଦ କରାଯାଇଥିଲା ।