ନୂଆଦିଲ୍ଲୀ : ୟୁଏନରେ ଭାରତର ସ୍ଥାୟୀ ମିଶନର ପରାମର୍ଶଦାତା ଡା. କାଜଲ ଭଟ୍ଟ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ରର ସଦସ୍ୟ ଦେଶ ଏହି କଥାରେ ଅବଗତ ଅଛନ୍ତି ଯେ, ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା ଦେବା, ପ୍ରୋତ୍ସାହନ ଦେବା ଏବଂ ସକ୍ରିୟ ସମର୍ଥନ କରିବା ଭଳି ସ୍ଥାପିତ ଇତିହାସ ଏବଂ ନୀତି ରହିଛି । ଏହା ସହିତ ସେ ପାକିସ୍ତାନ ପ୍ରତିନିଧିଙ୍କ ପ୍ରଶ୍ନରେ ଜବାବ ଦେଇ କହିଛନ୍ତି ଯେ, ଏହା ପ୍ରଥମଥର ନୁହେଁ, ଭାରତ ବିରୋଧରେ ବାରମ୍ୱାର ମିଛ ଅଭିଯୋଗ ଆଣି ସଂଯୁକ୍ତ ରାଷ୍ଟ୍ର ଭଳି ପ୍ଲାଟଫର୍ମର ଦୁରୂପଯୋଗ କରିଛି ପାକିସ୍ତାନ । ବିଶ୍ୱର ଧ୍ୟାନ ନିଜ ଦେଶର ଦୁଃଖଦ ସ୍ଥିତିରୁ ହଟାଇବା ପାଇଁ ଚେଷ୍ଟା କରୁଛି ପାକ୍ । ଆତଙ୍କବାଦୀ ଏଠାରେ ଖୁଲମ୍ଖୁଲା ବୁଲୁଛନ୍ତି । ଯାହା ଫଳରେ ଆମ ଦେଶର ସଂଖ୍ୟାଲଘୁ ସମୁଦାୟ ଲୋକଙ୍କ ଜୀବନ ବିପଦରେ ରହୁଛି ।
Prev Post
Next Post