ରାଷ୍ଟ୍ରପତି ଭବନରୁ ଯୁବକ ଓ ଯୁବତୀ ଗିରଫ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ରାତି ସମୟରେ ଦୁଇ ଯୁବକ ଓ ଯୁବତୀ କାର୍‌ ନେଇ ଗିରଫ ହୋଇଛନ୍ତି ।ରାଷ୍ଟ୍ରପତି ଭବନରେ ପଶିଥିଲେ । ସୂଚନା ଅନୁଯାୟୀ ରାଷ୍ଟ୍ରପତି ଭବନର ଗେଟ୍‌ ନଂ ୩୫ରେ କେହି କାର୍‌ ନେଇ ପ୍ରବେଶ କରୁଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଯାହା ତୁରନ୍ତ ସୁରକ୍ଷା ଅଧିକାରୀ ଉଭୟଙ୍କୁ ଅଟକାଇବା ସହ ଗିରଫ କରିଥିଲେ । ଯୁବକ ଜଣକ ଦିଲ୍ଲୀର ସଙ୍ଗମ ବିହାରର ଶିବମ ବୋଲି ଜଣାପଡିଛି । ଘଟଣା ଦିନ ସେ ନିଶାରେ ଥିଲା ବେଳେ ତା’ ସହିତ ଜଣେ ଝିଅ ସାଙ୍ଗ ଥିଲେ । ରାଷ୍ଟ୍ରପତି ଭବନରେ ପଶିବା ପୂର୍ବରୁ ବାହାରେ ଥିବା ବ୍ୟାରିକେଡରେ କାର୍‌ ଧକ୍କା ମଧ୍ୟ ହୋଇଥିଲା । ଏ ନେଇ ଏହି ମାମଲାରେ ପୋଲିସ ପକ୍ଷରୁ ଏଫଆଇଆର୍‌ ଦାଏର କରାଯାଇଥିଲା । ପରେ ଉଭୟଙ୍କୁ ଜେଲ୍‌ ପଠାଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।