ପୁଣି ବଲିଉଡକୁ କମବ୍ୟାକ କରିବେ ପ୍ରୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିକଟରେ ଜାଆଁଳା ସନ୍ତାନର ମା’ ହୋଇଛନ୍ତି । ତେବେ ପ୍ରୀତି ପୁଣି ବଲିଉଡକୁ କମବ୍ୟାକ କରିବେ ବୋଲି ସୂଚନା ଦେଇଛନ୍ତି । ଦୀର୍ଘ ୪ ବର୍ଷ ଧରି ପିଲ୍ମ ଜଗତରୁ ଦୂରେଇ ରହିଥିବା ପ୍ରୀତି ପୁଣି କମ୍‌ବ୍ୟାକ କରିବେ ।

ଦୀର୍ଘ ସମୟର ବ୍ୟବଧାନ ପରେ ପ୍ରୀତି ଦାନିଶ ରେଞ୍ଜୁଙ୍କ ଫିଲ୍ମରେ ବଲିଉଡକୁ କମବ୍ୟାକ କରିବାକୁ ଯାଉଛନ୍ତି । ତେବେ ତାଙ୍କ ଫିଲ୍ମର ଟାଇଟଲ ଫାଇନ୍‌ଲ ହୋଇନାହିଁ । ତେବେ ଏହି ଫିଲ୍ମର କାହାଣୀ କଶ୍ମୀର ଉପରେ ଆଧାରିତ । ତେବେ ଏହି ଫିଲ୍ମର ଘୋଷଣା ହୋଇନଥିଲେ ମଧ୍ୟ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ମୁତାବକ, ଫିଲ୍ମର ପ୍ରି-ପ୍ରଡକ୍ସନ ଏବଂ କାଷ୍ଟିଂ ଉପରେ କାମ ଆରମ୍ଭ ହେଇଛି । ୨୦୨୨ରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ।