ମୁମ୍ବାଇ : ଅଭିନେତା ଆଦିତ୍ୟ ସିଲ୍ ଓ ଅଭିନେତ୍ରୀ ଅନୁଷ୍କା ରଞ୍ଜନ ବିବାହ କରିଛନ୍ତି । ତାଙ୍କର ଦୀର୍ଘଦିନର ପ୍ରେମ ସମ୍ପର୍କ ସଫଳ ହେଇଛି । ଆଦିତ୍ୟ-ଅନୁଷ୍କାଙ୍କର ଏହି ବିବାହ ଉତ୍ସବରେ ବଲିଉଡର ବଛା ବଛା ଅଭିନେତ୍ରୀ ଓ ଅଭିନେତା ପ୍ରମୁଖ ଯୋଗ ଦେଇଥିଲେ । ଆଦିତ୍ୟ ଧଳାରଙ୍ଗର ଶେରୱାନୀ ପିନ୍ଧିଥିବା ବେଳେ ଅନୁଷ୍କା ନାଲିରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଅନୁଷ୍କା ନିଜ ବିବାହ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଆଜିର ଦିନରେ ଆମେ ବିବାହ କଲୁ ସତ ହେଲେ ଦୀର୍ଘ ଚାରିବର୍ଷ ଭିତରେ ଆଦିତ୍ୟ ଓ ମୁଁ କେବେ ନିଜକୁ ବିଶାଦଗ୍ରସ୍ତ କରି ବଞ୍ଚିନାହୁଁ ।
ଏପରିକି ଆମ ଭିତରେ ସେଭଳି ଭାବନା ଆସିନାହିଁ ଯେ ଆମେ ଜୀବନସାରା ଏକାଠି ରହିବୁ ବୋଲି, ଆଜି କିନ୍ତୁ ତାହା ସାକାର ହେଇଛି । ଆଦି ତୁମେ ମୋ ଜୀବନର ସବୁଠୁ ମଧୁର ସ୍ମିତହାସ୍ୟ । ମୁଁ ଚାହୁଛି ଆମ ଜୀବନ ଖୁସିରେ ବିତିଯାଉ । ଆଦିତ୍ୟ ମଧ୍ୟ ତାଙ୍କ ବିବାହର ଫଟୋ ପୋଷ୍ଟ କରି ଲେଖିଛନ୍ତି ଅନୁଷ୍କା ଓ ମୋର ଖୁସିକୁ ମୁଁ ସମସ୍ତଙ୍କୁ ବାଣ୍ଟିବାକୁ ଚାହୁଛି, ସମସ୍ତଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ । ପ୍ୟାରିସରେ ଏକ ସୁଟିଂରେ ଥିବା ବେଳେ ଆଦିତ୍ୟ ଅନୁଷ୍କାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ ।