ଭୂବନେଶ୍ୱର କୁମାରଙ୍କ ଘରେ ନୂଆ ଅତିଥି

ନୂଆଦିଲ୍ଲୀ : ଭାରତୀୟ ଦଳର ପେସ ବୋଲର ଭୂବନେଶ୍ୱର କୁମାରଙ୍କ ଘରକୁ ଆସିଛି କୁନି ନୂଆ ଅତିଥି । ତାଙ୍କ ପତ୍ନୀ ନୁପୁର ନାଗର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଭୁବନେଶ୍ୱରଙ୍କ ପତ୍ନୀ ଏବଂ ଝିଅ ଉଭୟ ସୁସ୍ଥ ଅଛନ୍ତି । ନିକଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭୁବନେଶ୍ୱର ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର କୁମାରଙ୍କ ବାପା ଚଳିତ ବର୍ଷ ଦେହାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଝିଅ ଜନ୍ମ ପରେ ପରିବାରରେ ଖୁସିର ବାତାବରଣ ସୃଷ୍ଟି ହୋଇଛି ।