ସୂର୍ଯ୍ୟ ନମସ୍କାର କରି ଟ୍ରୋଲ୍‌ ହେଲେ କରିନା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କରିନା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ଏକ ଭିଡିଓ ପୋଷ୍ଟ କରି ଟ୍ରୋଲ ହୋଇଛନ୍ତି । ସେ ନିଜ ଇନଷ୍ଟାରେ ୱାର୍କଆଉଟ୍‌ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ ୧୦୮ ଥର ସୂର୍ଯ୍ୟ ନମସ୍କାର କରିବା ବିଷୟରେ କହିଛନ୍ତି ।

ଏହାସହ ଏହି ଭିଡିଓରେ ସେ ସୂର୍ଯ୍ୟ ନମସ୍କାର କରୁଥିବା ନଜର ଆସିଛନ୍ତି । ସେ ବ୍ଲାକ୍‌ ପ୍ୟାଣ୍ଟ ସହିତ ପିଙ୍କ କ୍ରପ୍‌ ଟପ୍‌ ପିନ୍ଧିଛନ୍ତି । ଏହି ଭିଡିଓ ସେ ଲେଖିଛନ୍ତି, ସୂର୍ଯ୍ୟ ନମସ୍କାର ୧୦୮ ଥର ଧନ୍ୟବାଦ । ମୁଁ ଆଜି ରାତିରେ ପମ୍ପକିନ୍‌ ପାଏ ଖାଇବାକୁ ପ୍ରସ୍ତୁତ ଅଛି । ଭିଡିଓ ଉପରେ ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା କରିଥିବାବେଳେ ଆଉ କେତେକ ତାଙ୍କୁ ଟ୍ରୋଲ କରିଛନ୍ତି । ଜଣେ ଲେଖିଛନ୍ତି ମୁସଲମାନଙ୍କ ପାଇଁ ଯୋଗ ଅପରାଧ । ଏହାକୁ ଖୋଲା ସ୍ଥାନରେ କରନ୍ତୁ ନାହିଁ । କେହି ତାଙ୍କ ସୂର୍ଯ୍ୟ ନମସ୍କାରରେ ତ୍ରୁଟି ଦେଖୁଛନ୍ତି । ତେବେ ଆଉ କେହି ସୂର୍ଯ୍ୟ ନମସ୍କାର ୧୦୮ ଥର କରିବା ବିଷୟରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି ।