ଠକେଇ ଟଙ୍କାରେ ଜ୍ୟାକଲିନ ଓ ନୋରାଙ୍କ ସହ ମସ୍ତି କରୁଥିଲେ ମିଷ୍ଟର ୪୨୦

ନୂଆଦିଲ୍ଲୀ : ୨୦୦ କୋଟି ଟଙ୍କାର ଠକେଇ କରି ବଡ ବଡ ବଲିଉଡ ଅଭିନେତ୍ରୀଙ୍କ କୋଟି କୋଟି ଟଙ୍କାର ଦାମୀ ଉପହାର ଦେଇଥିବା ଜଣାପଡିଛି । ଏନେଇ ଚନ୍ଦ୍ରଶେଖରଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଚାର୍ଜସିଟରେ ତଥ୍ୟ ପ୍ରକାଶ କରିଛି । ଯେଉଁଥିରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଓ ନୋରା ଫତେହିଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇଛନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଅନେକ ତଥ୍ୟ ଦର୍ଶାଇଛି । ତେବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହାର ଚାର୍ଜସିଟରେ କହିଛି ଯେ ସୁକେଶ ଚନ୍ଦ୍ରଶେଖରଙ୍କ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୧୦ କୋଟି ଟଙ୍କା ଉପହାର ଓ ୯ ଲକ୍ଷ ଟଙ୍କା ମୂଲ୍ୟର ଫାର୍ସୀ ବିଲେଇ ଦେଇଥିଲେ । ଏହା ଛଡା ଅନ୍ୟାନ୍ୟ ଅଳଙ୍କାର ମଧ୍ୟ ଦେଇଥିଲେ ।

ଏହା ବ୍ୟତୀତ ଚନ୍ଦ୍ରଶେଖର ନୋରା ଫତେହିଙ୍କୁ ଏକ ଦାମୀ କାର ଓ ଆଇଫୋନ୍‌ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ମୋଟ ପ୍ରାୟ ୧ କୋଟି ଟଙ୍କା । ସୂଚନା ମିଳିଛି କି ଚନ୍ଦ୍ରଶେଖର ଜେଲରେ ରହିବା ବେଳେ ଜ୍ୟାକଲିନଙ୍କ ସହ ଫୋନରେ କଥା ହେଉଥିଲେ । ଚନ୍ଦ୍ରଶେଖର ଜାମିନ ପାଇବା ପରେ ଚନ୍ଦ୍ରଶେଖର ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଦେଖା କରିବା ପାଇଁ ମୁମ୍ବାଇରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ଚେନ୍ନାଇକୁ ଯିବା ପାଇଁ ଏକ ଚାର୍ଟାର୍ଡ ବିମାନ ବୁକ୍‌ ମଧ୍ୟ କରିଥିଲେ । ଯାହା ମୋଟ ୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ପରେ ଉଭୟ ଚେନ୍ନାଇର ଏକ ତାରକା ହୋଟେଲରେ ରହିଥିଲେ । ଏହି ସବୁ ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି । କିନ୍ତୁ ନୋରା ଫତେହିଙ୍କ ମୁଖପାତ୍ର କହିଥିଲେ ଯେ ତାଙ୍କର ଏଥିରେ ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କ