ମହିଳା ବିଶ୍ୱକପରେ ଭେଟାଭେଟି ହେବେ ଭାରତ-ପାକିସ୍ତାନ

ଦୁବାଇ: ମହିଳା କ୍ରିକେଟ ବିଶ୍ୱକପରେ ଭେଟାଭେଟି ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ମହିଳା ବିଶ୍ୱକପ ପାଇଁ ଆଇସିସି ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ବିଶ୍ୱକପ ନ୍ୟୁଜିଲାଣ୍ଡରେ ଖେଳାଯିବ । ଆସନ୍ତାବର୍ଷ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ଜାରି ହୋଇଥିବା ସୂଚୀରେ ଭାରତ-ପାକିସ୍ତାନକୁ ଭେଟିବ ।

ଚଳିତବର୍ଷ ଦୁବାଇରେ ପୁରୁଷ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ୨୦୨୨ ମହିଳା ବିଶ୍ୱକପରେ ମୋଟ ୮ଟି ଟିମ୍‌ ଭାଗ ନେବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୧ଟି ମ୍ୟାଚ ଖେଳାଯିବ । ଏହି ୩୧ଟି ମ୍ୟାଚ ୬ଟି ସହରରେ ଖେଳାଯିବ ।