କୌଣସି ମୁସଲିମ୍‌ ପୁଅକୁ ବିବାହ କରିବେନି ଉର୍ଫି

ନୂଆଦିଲ୍ଲୀ : ଅଭିନେତ୍ରୀ ଉର୍ଫି ଜାଭେଦ୍‌ ତାଙ୍କ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପ୍ରଶଂସକ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ଟ୍ରୋଲର୍ସଙ୍କ ଟାର୍ଗେଟରେ ହୋଇଛନ୍ତି ଉର୍ଫି । ବର୍ତ୍ତମାନ ଉର୍ଫି ତାଙ୍କ ବିବାହ ବିଷୟରେ ମୁହଁ ଖୋଲାଛନ୍ତି । ସେ କହିଛନ୍ତି ଯେ, କୌଣସି ମୁସଲମାନ ପୁଅକୁ ବିବାହ କରିବେ ନାହିଁ । ସେ ଆହୁରି କହିଛନ୍ତି ଯେ, ଯେତେବେଳେ ସେ ବୋଲ୍ଡ ଅନ୍ଦାଜରେ ନଜର ଆସନ୍ତି ସେତେବେଳେ ତାଙ୍କ ସମାଜ ତାଙ୍କୁ ଅସ୍ୱିକାର କରିଥାଏ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଜଣେ ମୁସଲମାନ । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ମୁଁ ଜଣେ ମୁସଲମାନ ଝିଅ । ଯେତେବେଳେ ଲୋକମାନେ ସୋସିଆଲ ମିଡିଆରେ ମୋ ଉପରେ ଖରାପ ମନ୍ତବ୍ୟ ଦିଅନ୍ତି ସେଥିମଧ୍ୟରୁ ପ୍ରାୟ ମୁସଲମାନ ଲୋକ । ସେମାନେ ମୋତେ ଘୃଣା କରନ୍ତି କାରଣ ମୁସଲମାନ ପୁରୁଷମାନେ ଚାହାଁନ୍ତି ଯେ ସେମାନଙ୍କର ମହିଳାମାନେ ଏକ ନିର୍ଦ୍ଧିଷ୍ଟ ଆଚରଣ କରିବା ଉଚିତ୍‌ । ସେ ଆହୁରି କହିଛନ୍ତି, ସେମାନେ ସମ୍ପ୍ରଦାୟର ସମସ୍ତ ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ଏବଂ ସେଥିପାଇଁ ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ । ମୋତେ ଟ୍ରୋଲ କରିବାର ସବୁଠାରୁ ବଡ କାରଣ ହେଉଛି ମୁଁ ସେହି ପ୍ରକାର ବ୍ୟବହାର କରେ ନାହିଁ । ଯେପରି ସେମାନେ ଧର୍ମ ଅନୁସାରେ ମୋଠାରୁ ଆଶା କରନ୍ତି ।

ଯେତେବେଳେ ଉର୍ଫିଙ୍କୁ ପଚରାଗଲା କି ସେ ନିଜ ସମ୍ପ୍ରଦାୟର ବାହାରେ କାହାକୁ ବିବାହ କରିବେ କି? ଏହା ଉତ୍ତରରେ ଉର୍ଫି କହିଛନ୍ତି ମୁଁ କୌଣସି ମୁସଲମାନ ପୁଅକୁ ବିବାହ କରିବି ନାହିଁ । ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ ଏବଂ ମୁଁ କୌଣସି ଧର୍ମ ଅନୁସରଣ କରେ ନାହିଁ । ତେଣୁ ମୁଁ ଯାହାକୁ ଚାହିଁବି ତାଙ୍କୁ ବିବାହ କରିବି ।