ବିବାହ ପରେ ଏକାଠି ଖ୍ରୀଷ୍ଟମାସ ପାଳିଲେ ଭିକି-କ୍ୟାଟ

ମୁମ୍ବାଇ: ଗତି କିଛିଦିନ ପୂର୍ବରୁ ବଲିଉଡ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ବିବାହ ହୋଇସାରିଛି । ବିବାହ ପରେ ଦୁହେଁ ବୁଲିବାକୁ ଯାଇଥିଲେ । ବର୍ତ୍ତମାନ ଭିକି ଓ କ୍ୟାଟ୍ରିନା ବିବାହ ପରେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିବା ସହ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି ।

ବିବାହ ପରେ ପ୍ରଥମଥର ଉଭୟ ଖ୍ରୀଷ୍ଟମାସ ପାଳନ କରିଥିଲେ । ଏହାର ଏକ ଫଟୋ ଉଭୟ ସେୟାର କରିଛନ୍ତି । ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଥିରେ ପତ୍ନୀ କ୍ୟାଟ୍ରିନାଙ୍କୁ ଆଲିଙ୍ଗନ କରୁଛନ୍ତି । ପଛରେ ଏକ ଖ୍ରୀଷ୍ଟମାସ ଟ୍ରି ଅଛି । ଏହି ଫଟୋ ସେୟାର କରି ଭିକି କ୍ୟାପସନରେ ଲେଖିଛନ୍ତି ମେରୀ ଖ୍ରୀଷ୍ଟମାସ । ଭିକିଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏହା ପୂର୍ବରୁ କ୍ୟାଟ୍ରିନା କୈଫ ତାଙ୍କ ଶାଶୁଙ୍କ ଘରେ ପ୍ରଥମ ଥର ପାଇଁ ସୁଜିର ହାଲୱା ପ୍ରସ୍ତୁତ କରିଥିଲେ ।