ନୂଆବର୍ଷରୁ ବଢିବ ସିଲିଣ୍ଡର ମୂଲ୍ୟ!

ନୂଆଦିଲ୍ଲୀ : ନୂଆବର୍ଷରୁ ଗ୍ରାହକଙ୍କୁ ଝଟକା ଲାଗିପାରେ । ଏଲପିଜି ସିଲିଣ୍ଡର ମୂଲ୍ୟ ବଢିବାର ଆଶଙ୍କା ରହିଛି । ସୂଚନା ଥାଉକି ପ୍ରତ୍ୟେକ ମାସର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୁଏ । ଏହି ବୈଠକରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି । ନୂଆବର୍ଷରେ ସାଧାରଣ ଲୋକଙ୍କୁ ତଥା ବିଶେଷ ଭାବେ ପ୍ରଭାବିତ ହୋଇପାରନ୍ତି ।