ଆଲିଆ ପର୍ସନ ଅଫ୍‌ ଦି ଇୟର ପାଇଁ ମନୋନୀତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପେଟା ୨୦୨୧ ପାଇଁ ପର୍ସନ ଅଫ ଦି ଇୟର ଭାବେ ମନୋନୀତ କରାଯାଇଛି । ଆଲିଆ ଭଟ୍ଟ ଜଣେ ପଶୁ ପକ୍ଷୀପ୍ରେମୀ ବୋଲି ସମସ୍ତେ ଜାଣିନ୍ତି । ନିକଟରେ ଆଲିଆ କୁକୁର ଓ ବିଲେଇଙ୍କ ପାଇଁ ତାଙ୍କର ଓକିଲାତି ଓ ଆନିମଲ ଫ୍ରେଣ୍ଡେଲି ଫ୍ୟାଶନ ଇଣ୍ଡଷ୍ଟ୍ରିର ସପୋର୍ଟରେ କାମ କରିଥିବା ବେଳେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏବେ ପିପୁଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ୍ସ ଇଣ୍ଡିଆ ୨୦୨୧ ବର୍ଷ ପାଇଁ ଆଲିଆଙ୍କୁ ‘ପର୍ସନ ଅଫ୍‌ ଦି ଇୟର’ ଭାବେ ମନୋନୀତ କରାଯାଇଛି ।

ସୂଚନାଯୋଗ୍ୟ ଆଲିଆ ଶାକାହାରି ଫ୍ୟାଶନକୁ ଆଗକୁ ବଢାଇବା ଦିଗରେ ସାହାଯ୍ୟ କରିବା ସହ ଅଗାମୀ ପିଢିକୁ ପ୍ରାଣୀଙ୍କ ପ୍ରତି ଦୟାଳୁ ହେବାଲାଗି ପ୍ରୋତ୍ସାହିତ କରୁଛନ୍ତି । ଆଲିଆ ସବୁବେଳେ ପଶୁଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ହେଉ କି ଏମାନଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ସନ ନେବାକୁ ପସନ୍ଦ କରି ଥାଆନ୍ତି । ସେହିପରି ପ୍ରାଣୀଙ୍କ ପ୍ରତି ଥିବା ତାଙ୍କର ଉଦାରକୁ ନେଇ ସେ ‘କୋଏକଜିଷ୍ଟ’ ନାମକ ଏକ ପ୍ରୋଗ୍ରାମ ଆରମ୍ଭ କରିଥଲେ । ସେହିପରି ପେଟା ଇଣ୍ଡିଆର ପର୍ସନ୍‌ ଅଫ୍‌ ଦି ଇୟର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ବିରାଟ କୋହଲି, କପିଲ ଶର୍ମା, ଜନ୍‌ ଆବ୍ରାହମ୍‌, ଅନୁଷ୍କା ଶର୍ମା, ସନ୍ନି ଲିଓନ, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ହେମା ମଲିନି ଓ ସୋନମ କପୁର ଅହୁଜା ସ୍ୱୀକୃତି ପାଇଛନ୍ତି ।