ଚୀନଠୁ କ୍ଷେପଣାସ୍ତ୍ର କିଣିଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନ ନୌସେନାକୁ ଅତ୍ୟାଧୁନିକ କରିବାରେ ଲାଗିଛି । ଚୀନ ପାକିସ୍ତାନକୁ ଯୁଦ୍ଧ ଜାହାଜ ଓ ହାର୍ବିନ୍‌ ଜେଡ୍‌-୯ ହେଲିକପ୍ଟର ଦେବା ପରେ ଏବେ ଆଉ ଏକ ସିଏମ-୫୦୧ଜିଏ ଆଣ୍ଟି-ସିପ୍‌ ମିସାଇଲ ଦେବ । ଏହି କ୍ଷେପଣାସ୍ତ୍ରକୁ ହେଲିକପ୍ଟରରୁ ନିକ୍ଷେପ କରି ଶତ୍ରୁ ପକ୍ଷର ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଇପାରିବ ।

ପ୍ରକାଶ ଯେ, ପାକିସ୍ତାନ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ଯୁଦ୍ଧ ଜାହାଜ ଉପରେ ନିକ୍ଷେପ କରିବ । ସିଏମ-୫୦୧ଜିଏ ଆଣ୍ଟି-ସିପ୍‌ ମିସାଇଲକୁ ଚାଇନା ଏରୋସ୍ପେଶ ସାଇନ୍ସ ଏଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ ନିର୍ମାଣ କରିଛି । ଏହାର ରେଞ୍ଜ୍‌ ପ୍ରାୟ ୪୦ କିଲୋମିଟର ବୋଲି ଜଣାପଡ଼ିଛି । ଏହି କ୍ଷେପଣାସ୍ତ୍ର ହାଲୁକା ହୋଇଥିବାରୁ ଏହା ହେଲିକପ୍ଟରରୁ ନିକ୍ଷେପ କରାଯାଇପାରିବ । ଏସବୁ ଯୁଦ୍ଧ ଜାହାଜ ଆସିବା ପରେ ପାକିସ୍ତାନ ନୌସେନାର ଶକ୍ତି ବୃଦ୍ଧି ପାଇବ ବୋଲି କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି ।