ଓମିକ୍ରନ୍‌ ଭୟରେ କପିଲ ଶର୍ମା ଶୋ ବନ୍ଦ

ମୁମ୍ବାଇ: ସାରା ଦେଶରେ ବୃଦ୍ଧି ପାଉଥିବା କରୋନାର ନୂଆ ଭେରିଏଣ୍ଟ୍‌ ଓମିକ୍ରନର ଭୟରେ ଅନେକ ଚଳଚ୍ଚିତ୍ରର ରିଲିଜ୍‌ ତାରିଖ ଘୁଞ୍ଚାଯିବା ସହ କିଛି ଫିଲ୍ମ ଓ ଟିଭି ଶୋ’ର ସୁଟିଂକୁ ମଧ୍ୟ ବନ୍ଦ କରାଯାଇଛି । ଏହା ମଧ୍ୟରେ ଦ କପିଲ ଶର୍ମା ଶୋର ସୁଟିଂ ମଧ୍ୟ ଏକ ସପ୍ତାହେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସୂଚନା ଅନୁସାରେ ଆସନ୍ତା ଜାନୁଆରି ପ୍ରଥମ ସପ୍ତାହରେ ଶୋ’ର ସୁଟିଂ ପୁଣି ଆରମ୍ଭ ହେବ । ଏନେଇ ଶୋ’ର ଜଣେ ସଦସ୍ୟ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ କୋଭିଡ ଗାଇଡଲାଇନ ଅନୁସାରେ ଆମେ ସବୁ ନିୟମଗୁଡିକୁ ମାନିବା ଉଚିତ । ଯେଉଁମାନେ ନିୟମ ମାନୁଛନ୍ତି ସେମାନଙ୍କୁ ବି ତ କରୋନା ହେଉଛି । ଏହା ଏକ ଏପରି ରୋଗ ଯାହାଠାରୁ କେହି ବଞ୍ଚି ପାରିବେ ନାହିଁ । ସେହିପରି ଦ କପିଲ ଶର୍ମା ଶୋର ସୁଟିଂ ହେବ ନାହିଁ । ସେହିପରି ସେ କହିଛନ୍ତି ଯେ, ଆମର ସୁଟିଂ ସେଟରେ ସବୁବେଳେ ସୁରକ୍ଷାକୁ ଧ୍ୟାନ ଦିଆଯାଇଥାଏ । ଆମେ ଚାହୁଁଛୁ ଓମିକ୍ରନ ଆମଠାରୁ ଦୂରରେ ରହୁ । ବର୍ତ୍ତମାନ ବଲିଉଡରେ କରୋନା ପ୍ରଭାବ ମାଡିଚାଲିଛି ।