ମୁମ୍ବାଇ: ବଲିଉଡରେ ଏବେ କରୋନା ତାର ଧିରେ ଧିରେ କାୟା ବିସ୍ତାର କରୁଛି । ଜଣଙ୍କ ପରେ ଜଣେ ସେଲେବ୍ରିଟି କରୋନା ଆକ୍ରାନ୍ତ ହେଉଛନ୍ତି । ନିକଟରେ ଅର୍ଜୁନ୍ କପୁର, କରୀନା କପୁର, ଅମୃତା ଅରୋରାଙ୍କ ପରେ ଏବେ ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ପରେ ସେ ନିଜକୁ କ୍ୱାରେଣ୍ଟାଇନ୍ରେ ରଖିଛନ୍ତି । ସେହିପରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଥିବା ଜଣାପଡିଛି ।
ସୂଚନାନୁସାରେ ଗତ ୨୮ରେ ନୋରାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ବର୍ତ୍ତମାନ ସେ କ୍ୱାରେଣ୍ଟାଇନରେ ଅଛନ୍ତି । ନିକଟରେ ନୋରାଙ୍କ ଏକ ଆଲବମ ଗୀତ ଡ୍ୟାନ୍ସ ମେରି ରାନୀ ରିଲିଜ ହୋଇଥିଲା ।