ଆମେରିକାର ଡେନଭରରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଆମେରିକାର ଡେନଭର ନିକଟବର୍ତ୍ତୀ କଲୋରାଡୋରେ ଥିବା ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏହି ନିଆଁ ଫଳରେ ୫୮୦ରୁ ଅଧିକ ଘର ଜଳି ପାଉଁଶ ହୋଇଯାଇଛି । ସେହିପରି ପ୍ରଶାସନ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି । ଏହି ଅଗ୍ନିକାଣ୍ଡ କାରଣରୁ ସ୍ଥାନୀୟ ଅଞ୍ଚଳରେ କଳା ବାଦଲ ଛାଇ ଯିବା ସହ ଚାରିଆଡେ କେବଳ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ପବନ କାରଣରୁ ବନାଗ୍ନୀ ବ୍ୟାପିବାରେ ଲାଗିଛି । ୨୧ ହଜାର ଜନସଂଖ୍ୟା ବିଶିଷ୍ଟ ଲୁଇସଭିଲେ ସହରକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଲୋରାଡୋ ସହରରେ ଏହି ନିଆଁ ଲାଗିଥିଲା । ଫଳରେ କୋଲୋରାଡୋରେ ଜରୁରୀକାଳିନ ସ୍ଥିତି ଘୋଷଣା କରାଯାଇଛି ।