ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ପଜିଟିଭ । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ କଟକଣା କଡାକଡି କରିଛନ୍ତି ଦିଲ୍ଲୀ ସରକାର । ସେହିପରି ସପ୍ତାହାନ୍ତ କର୍ଫ୍ୟୁ ଲଗାଇବାକୁ ନିଷ୍ପତ୍ତି ହୋଇଛି ।
ଦିଲ୍ଲୀରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି । ଦିଲ୍ଲୀରେ ଦ୍ରୁତ ଗତିରେ ମାଡୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ସେହିପରି ଆଗକୁ ଆହୁରି କଡା କଟକଣା ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।