ଗଲୱାନ ଘାଟିରେ ତ୍ରିରଙ୍ଗା ଉଡାଇଲେ ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ନୂଆ ବର୍ଷ ଉପଲକ୍ଷେ ଗଲୱାନ ଘାଟିରେ ତ୍ରିରଙ୍ଗା ଉଡାଇଛନ୍ତି ଭାରତୀୟ ସେନା । ସେହିପରି ଭାରତୀୟ ସେନା ସେହି ସମୟରେ ଏହି କାର୍ଯ୍ୟ କରିଛନ୍ତି, ଯେଉଁ ସମୟରେ ଚୀନ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳର ନାମ ବଦଳାଇଛି ।

ସୂଚନାଯୋଗ୍ୟ ପୂର୍ବରୁ ଚୀନ ମଧ୍ୟ ପତାକା ଉଡାଇ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି । ଏବେ ଭାରତୀୟ ସେନା ମଧ୍ୟ ଏହାର ଦୃଢ ଜବାବ ଦେଇ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଯବାନଙ୍କ ଆବଭାବରୁ ଦେଖିବାକୁ ମିଳିଛି ଯେ ସେମାନେ କୌଣସି ପ୍ରକାରର ଅନୁପ୍ରବେଶକୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ । ଯେବେ ଚୀନ ଭିଡିଓ ଉପରେ ପ୍ରଶ୍ନ ଉଠିବାରେ ଲାଗିଲା ଭାରତୀୟ ସେନା ଜବାବ ଦେଇ କହିଛନ୍ତି ଯେ, ଚୀନ ଗଲୱାନ ଘାଟିର ଯେଉଁ ଅଞ୍ଚଳରେ ପତାକା ଉଡାଇଛି ତାହା ସର୍ବଦା ଡ୍ରାଗନର କବଜାରେ ରହିଛି । ଏହି ଅଞ୍ଚଳକୁ ନେଇ କୌଣସି ନୂତନ ବିବାଦ ନାହିଁ ।