ଖୁବଶୀଘ୍ର ଓଟିଟିରେ ରିଲିଜ ହେବ ‘୮୩’

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହଙ୍କ ଏହି ଫିଲ୍ମ ୮୩କୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ଚିନ୍ତା କରୁଛନ୍ତି ଫିଲ୍ମ ନିର୍ମାତାମାନେ । ସୂଚନାଯୋଗ୍ୟ ଯେ, କୋଭିଡ ସଂକ୍ରମଣ ବଢ଼ିବା ହେତୁ ଦିଲ୍ଲୀରେ ସମସ୍ତ ଥିଏଟର ବନ୍ଦ କରିଦିଆଯାଇଛି । ଫିଲ୍ମ ’୮୩’ କୁ ଥିଏଟରରେ ରିଲିଜ କରିବା ପାଇଁ ଯୋଜନା ହୋଇଥିଲା କିନ୍ତୁ ତାହା ହୋଇ ପାରିଲା ନାହିଁ । ଏକ ସାକ୍ଷାତକାରରେ କବୀର ଖାନ କହିଛନ୍ତି, ୮୩କୁ ଥିଏଟରରେ ରିଲିଜ କରାଇବା ପାଇଁ ଆମକୁ ୧୮ ମାସ ଅପେକ୍ଷା କରିବାକୁ ପଡିଥିଲା । ଆମେ ବହୁତ ଚେଷ୍ଟା କରିଥିଲୁ ଫିଲ୍ମକୁ ସୁରକ୍ଷିତ ସମୟରେ ରିଲିଜ କରିବା ପାଇଁ । କିନ୍ତୁ ଫିଲ୍ମ ରିଲିଜ୍‌ ତାରିଖ ଯେଉଁଦିନକୁ ଧାର୍ଯ୍ୟ କରାଯାଇଥିଲା ସେତେବେଳକୁ ସଂକ୍ରମଣ ଅଧିକ ହୋଇସାରିଥିଲା । ଯାହା ଫଳରେ ଫିଲ୍ମକୁ ଧାର୍ଯ୍ୟ ତାରିଖରେ ହିଁ ରିଲିଜ୍‌ କରାଯାଇଥିଲା ।

ନ୍ତୁ ବକ୍ସ ଅଫିସରେ ସେତେଟା ଭଲ ଆୟ କରିପାରିଲା ନାହିଁ । କରୋନା ମହାମାରୀ ସେହିପରି ଫିଲ୍ମର ବକ୍ସ ଅଫିସ କଲେକ୍ସନକୁ ନେଇ ନିର୍ମାତା ଏବେ ନିରାଶ ଅଛନ୍ତି । ଅନ୍ୟପକ୍ଷରେ କବୀର କହିଛନ୍ତି, ମହାମାରୀ ଯେଉଁଭଳି ଭାବେ ବୃଦ୍ଧିପାଉଛି ଫିଲ୍ମ ହଲଗୁଡିକୁ ଯେକୌଣସି ମୁହୁର୍ତ୍ତରେ ବନ୍ଦ ହୋଇପାରେ । ଯଦି ଏହା ହୁଏ ତାହାହେଲେ ଖୁବଶୀଘ୍ର ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯିବ ।