ନୂଆଦିଲ୍ଲୀ : ବଲିଉଡରେ ମାଡି ଚାଳିଛି କୋରନା ଛାୟା । ଏବେ ନିର୍ମାତା ଏକତା କପୁର କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମସ୍ତ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ମୁଁ କରୋନା ରିପୋର୍ଟ ପଜିଟିଭ୍ ହୋଇଛି । ମୁଁ ଠିକ୍ ଅଛି ଏବଂ ଲୋକଙ୍କୁ ନିବେଦନ କରୁଛି ଯେଉଁମାନେ ମୋ ସହିତ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ ।