ନୂଆଦିଲ୍ଲୀ: ଖୁବଶୀଘ୍ର ଅଭିନେତ୍ରୀ କାଜଲ ଅଗ୍ରୱାଲ ମା ହେବାକୁ ଯାଉଛନ୍ତି । ସେ ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡିଛି । ଏନେଇ କାଜଲଙ୍କ ସ୍ୱାମୀ ଗୌତମ କିଚଲୁ ଦୁହିଁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହି ଖବର ସାମ୍ନାକୁ ଆସିଛି ।
ଗୌତମ ଲେଖିଛନ୍ତି ଆମେ ୨୦୨୨ରେ ତୁମକୁ ଅପେକ୍ଷା କରିଛୁ । କାଜଲ ନିଜ ସ୍ୱାମୀ ଗୌତମଙ୍କ ସହ ଉଠାଇଥିବା ଫଟୋ ସେୟାର କରିଥିଲେ ଯେଉଁଥିରେ ତାଙ୍କ ‘ବେବି ବମ୍ପ’ ସ୍ପଷ୍ଟ ଭାବେ ଦେଖାଯାଇଥିଲା । ସୂଚନାଯୋଗ୍ୟ ଯେ, କାଜଲ ଅଗ୍ରୱାଲ ଓ ଗୌତମ କିଚଲୁ ୨୦୨୦ରେ ବିବାହ କରିଥିଲେ ।