ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩୬ଶହ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୩ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩୬ଶହ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨,୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧,୫୩୧ ଜଣ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୮୪ ପଜିଟିଭ୍ ।

ଖୋର୍ଦ୍ଧାରୁ ସର୍ବାଧିକ ୧,୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୫୫, ବାଲେଶ୍ୱରରୁ ୧୪, ବରଗଡ଼ରୁ ୪୮, ଭଦ୍ରକରୁ ୧୮, ବଲାଙ୍ଗୀରରୁ ୩୫, ବୌଦ୍ଧରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୧୦, ଦେବଗଡ଼ରୁ ୨୦, ଢେଙ୍କାନାଳରୁ ୫, ଗଜପତିରୁ ୧୫, ଗଞ୍ଜାମରୁ ୪୨, ଜଗତସିଂହପୁରରୁ ୧୭, ଯାଜପୁରରୁ ୭୮. ଝାରସୁଗୁଡ଼ାରୁ ୧୩୪, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୪୪, କୋରାପୁଟରୁ ୩୬, ମୟୂରଭଞ୍ଜରୁ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।