କୋଭିଡ ଜାଲରେ ୩୦୦ ପୋଲିସ କର୍ମଚାରୀ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ଧିରେ ଧିରେ ବଢି ଚାଲିଛି କୋଭିଡ ସଂକ୍ରମଣ । ବିଶେଷକରି ଦିଲ୍ଲୀ ପୋଲିସର ପ୍ରାୟ ୩୦୦ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହି ସଂକ୍ରମିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ବଡ ବଡ ଅଫିସର ମଧ୍ୟ ସାମିଲ ଅଛନ୍ତି । ସେହିପରି ଦିଲ୍ଲୀ ପୋଲିସ କମିଶନର କରୋନା ସଂକ୍ରମଣକୁ ବ୍ରେକ ଦେବା ପାଇଁ ଏକ ଗାଇଡଲାଇନ ଜାରି କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।