ଏନକାଉଣ୍ଟରରେ ୨ ଆତଙ୍କୀ ସଫା

ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀଙ୍କ ଦ୍ୱାରା କୁଲ୍‌ଗାମ୍‌ ଜିଲ୍ଲାରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଖବର ଅନୁସାରେ ସୁରକ୍ଷା ବାହିନୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନରେ ଏହି ଦୁଇ ଆତଙ୍କୀଙ୍କୁ ଏନକାଉଣ୍ଟର କରିଥିଲା ।

ସେହିପରି ଆତଙ୍କୀଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏନ୍‌କାଉଣ୍ଟରରେ୧୧ଜଣ ଆତଙ୍କୀଙ୍କୁ ନିପାତ କରିଥିଲା ସୁରକ୍ଷା ବାହିନୀ ।