ଏହି ରାଜ୍ୟରେ ଝିଅଙ୍କୁ ମିଳିବ ୨୦ ହଜାର!

ନୂଆଦିଲ୍ଲୀ : ଛତିଶଗଡ଼ କଂଗ୍ରେସ ସରକାର ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସରକାର କର୍ମଚାରୀଙ୍କ ପାଇଁ ସପ୍ତାହକୁ ଦୁଇଦିନ ଛୁଟି ଘୋଷଣା କରିବା ସହ ସପ୍ତାହରେ ମାତ୍ର ୫ଦିନ କାର୍ଯ୍ୟ ହେବ ।

ସେହିପରି ପେନସନ ଯୋଜନାରେ ରାଜ୍ୟର ଅଂଶଦାନ ୧୦ ପ୍ରତିଶତରୁ ବଢ଼ି ୧୪ ପ୍ରତିଶତ କରାଯାଇଛି । ଅନ୍ୟପକ୍ଷରେ ଶ୍ରମିକଙ୍କ ପରିବାରର ଝିଅମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୋନି ଶସକ୍ତିକରଣ ସହାୟତା ଯୋଜନା ଆରମ୍ଭ କରାଯିବ । ଏହି ଯୋଜନା ଅଧିନରେ ଆସୁଥିବା ପରିବାରର ୨ ଝିଅଙ୍କ ବ୍ୟାଙ୍କ ଖାତାରେ ୨୦-୨୦ ହଜାର ଟଙ୍କା ଜମା କରାଯିବ ।