ନୂଆଦିଲ୍ଲୀ : ଦେଶରେ କୋଭିଡ ମହାମାରୀ ଯୋଗୁ ଦୀର୍ଘ ଦୁଇ ବର୍ଷରୁ ଉଦ୍ଧ୍ୱର୍ ସମୟ ହେବଅନେକ ପିଲା ପାଠ ପଢ଼ି ପାରିନାହାନ୍ତି । ମହାମାରୀର ଦ୍ୱିତୀୟ ଲହର ଯିବା ପରେ ଦେଶରେ ସମସ୍ତ ସ୍କୁଲ ଧିରେ ଧିରେ ଖୋଲି ଯାଇଥିଲା । କିନ୍ତୁ ନୂଆ ଭାରିଆଣ୍ଟ ଓମିକ୍ରନ ଲାଗି ପୁଣିଥରେ ସ୍କୁଲରେ ତାଲା ପଡ଼ିଲା । ଏସବୁକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଏକ ନୂଆ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି । କୋଭିଡ ଗାଇଡଲାଇନ ପାଳନ କରାଯାଇ ସ୍କୁଲରେ ପାଠପଢ଼ା ଆରମ୍ଭ କରିବାକୁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ଏହି ମଡେଲରେ ପୁଣି ଟ୍ରାକକୁ ଫେରିବ ଶିକ୍ଷା ବ୍ୟବସ୍ଥା ।
ସେହିପରି ଅନଲାଇନ ଶିକ୍ଷାରେ କୌଣସି ପ୍ରକାର ଅସୁବିଧା ହେବନି । ସବୁଠୁ ବଡ କଥା ହେଉଛି ଦୁଇବର୍ଷରୁ ଅଧିକ ଦିନ ଧରି ଘରେ ରହିଥିବା ପ୍ରାଥମିକ ପିଲାମାନେ ସ୍କୁଲକୁ ଆସି ପାଠ ପଢ଼ିବେ । ଅନ୍ୟପକ୍ଷରେ କୋଭିଡ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବାବେଳେ କିଛି ରାଜ୍ୟ ପୁଣିଥରେ ସ୍କୁଲ ଖୋଲିବା ଆରମ୍ଭ କରିଛନ୍ତି ।