ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ!

କଟକ : କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକାଟି ଟି-୨୦ ଖେଳାଯିବ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ବିସିସିଆଇ ସହ କଥା ହୋଇଥିବା କହିଛନ୍ତି । ଓସିଏ ସମ୍ପାଦକ କହିଛନ୍ତି ଯେ କରୋନା ପାଇଁ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ୍‌ ହେବାର ଥିଲା କିନ୍ତୁ ବାୟୋ ବବଲ ପାଇଁ ଏହାକୁ ଦୁଇଟି ସ୍ଥାନରେ ଖେଳାଯିବ । ତେବେ ଆସନ୍ତା ଜୁନ ମାସରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବ ।

ଉଭୟ ଟିମ୍‌ ମଧ୍ୟରେ ଟି-୨୦ ସିରିଜ୍‌ ଖେଳାଯିବ । ସିରିଜର ଗୋଟିଏ ମ୍ୟାଚ୍‌ କଟକ ବାରବାଟୀରେ ଖେଳ ହୋଇପାରେ ବୋଲି କହିଛନ୍ତି ଓସିଏ ସଂପାଦକ । ଏନେଇ ସେ ବିସିସିଆଇ ସଭାପତିଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ।