ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର ଇସ୍ତଫା ଦେଇଛନ୍ତି । ଜଷ୍ଟିନ ଲାଙ୍ଗର ହଠାତ କୋଚ ପଦରୁ ଇସ୍ତଫା ଦେଇଥିଲେ । ଏନେଇ ଏହି ସୂଚନା ମିଳିବାରେ ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲା । ତାଙ୍କ ସମୟରେ ଅଷ୍ଟ୍ରେଲିଆ ନିକଟରେ ଇଂଲଣ୍ଡକୁ ଆସେସ ସିରିଜରେ ୪-୦ରେ ପରାସ୍ତ କରିଥିଲା । ପୂର୍ବରୁ ଦଳ ଟି-୨୦ ବିଶ୍ୱକପ ଜିତିବାର ଗୌରବ ପାଇଥିଲା । ତେବେ ହଠାତ୍ ଲାଙ୍ଗର କାହିଁକି ମୁଖ୍ୟ କୋଚ ପଦ ଛାଡିଲେ ସେ ନେଇ ଚର୍ଚ୍ଚା ଚାଳିଛି ।
ପ୍ରକାଶ ଯେ, କିଛି ଖେଳାଳି ଓ କ୍ରିକେଟ ଅଷ୍ଟ୍ରେଲିଆ ଗଭର୍ଣ୍ଣିଂ ବଡି ସହ ଲାଙ୍ଗରଙ୍କ ତିକ୍ତତା ସୃଷ୍ଟି ହୋଇଥିଲା । ଏଥିପାଇଁ ଏକ ବୋର୍ଡ ବୈଠକ କରିଥିଲା । ଏହି ବୈଠକରେ ଲାଙ୍ଗର ଓ ବୋର୍ଡ ମଧ୍ୟରେ ନୂଆ ଡିଲ ଚୂଡାନ୍ତ ହୋଇପାରି ନଥିଲା । ଏହି କାରଣରୁ ସେ କୋଚ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଲାଙ୍ଗର ଇସ୍ତଫା ଦେଇଥିବା କଥା ସ୍ୱୀକାର କରିଛି । ହେଲେ କୌଣସି ଅଫିସିଆଲ ଭାବେ ବର୍ତ୍ତମାନ ସୁଦ୍ଧା ସୂଚନା ମିଳିନି । ସୂଚନାଯୋଗ୍ୟ ଯେ, ୨୦୧୮ରେ ଲାଙ୍ଗର କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ ହୋଇଥିଲେ । ତାଙ୍କ ଅଧୀନରେ ଅଷ୍ଟ୍ରେଲିଆ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛି ।