ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ରୁଷ ୟୁକ୍ରେନରେ ଘନ ଘନ ମିସାଇଲ ମାଡ କରିଛି । ଏହି ଯୁଦ୍ଧରେ ଅନେକ ସୈନିକ ଓ ଜନସାଧାରଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହାରି ମଧ୍ୟରେ ୟୁକ୍ରେନକୁ ରୁଷ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି ।
ରୁଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଯଦି ୟୁକ୍ରେନ ଅସ୍ତ୍ର ଛାଡିବେ ତେବେ ରୁଷ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି । ସୂଚନାଯୋଗ୍ୟ ଯେ, ୟୁକ୍ରେନ ଉପରେ ଘନ ଘନ ମିସାଇଲ ମାଡ ପରେ ରୁଷ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି ।