ରୁଷ-ବେଲରୁଷ ଆଥଲେଟଙ୍କ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ପାରାଅଲମ୍ପିକ ସମିତି(ଆଇପିସି) ଏକ ବଡ ନିଷ୍ପତ୍ତି ନେଇଛି । ନିଷ୍ପତ୍ତିକ୍ରମେ ଆଇପିସି ବେଜିଂରେ ହେବାକୁ ଥିବା ୨୦୨୨ ଶୀତକାଳୀନ ପାରାଅଲମ୍ପିକ୍ସରେ ଋଷ ଓ ବେଲଋଷ ଆଥଲେଟଙ୍କ ଉପରେ ବ୍ୟାନ ଲଗାଇଛି । ସୂଚନାଯୋଗ୍ୟ ଆଇପିସି ପ୍ରଥମେ ଋଷ ଓ ବେଲଋଷ ଆଥଲେଟଙ୍କୁ ପାରାଅଲମ୍ପିକ୍ସରେ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରିଥିଲା । କିନ୍ତୁ ନିଜ ଦେଶ ଓ ପତାକାକୁ ଉପଯୋଗ ନ କରିବାକୁ ଆଦେଶ ଦେଇଥିଲା । ପରେ ଆଇପିସିକୁ ନିଜର ଏହି ନିଷ୍ପତ୍ତି ପାଇଁ ଆଲୋଚନା ଶିକାର ହେବାକୁ ପଡିଥିଲା । ସେଥିପାଇଁ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ବଦଲାଇବାକୁ ଆଇପିସି ବାଧ୍ୟ ହୋଇଥିଲା ।