ଭାରତୀୟଙ୍କ ସୁରକ୍ଷା ଲାଗି ଯୁଦ୍ଧ ଅଟକାଇଲା ରୁଷ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଥିବା ୮ମ ଦିନରେ ପହଞ୍ôଚଛି । ୟୁକ୍ରେନର ଖାରକିଭ ସହରରେ ଫସି ରହିଥିବା ଭାରତୀୟଙ୍କୁ ବାହାର କରିବା ପାଇଁ ରୁଷ ୬ଘଣ୍ଟା ଯୁଦ୍ଧ ରୋକିବାକୁ ପ୍ରସ୍ତୁତ । ଏହି ୬ ଘଣ୍ଟା ପରେ ପୁଣି ସେଠାରେ ଜୋରଦାର ଆକ୍ରମଣ ଆରମ୍ଭ ହେବ । ଏହି ସମୟ ଭିତରେ ଖାରକିଭରେ ଫସି ରହିଥିବା ଛାତ୍ରଙ୍କୁ ୟୁକ୍ରେନର ଆଖପାଖ ଦେଶର ସୀମା ପର୍ଯ୍ୟନ୍ତ ନିଆଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ କଥା ହୋଇଥିଲେ । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ବାହାର କରିବା ପ୍ରସଙ୍ଗ ମୋଦୀ ଉଠାଇଥିଲେ । ଅନ୍ୟପଟେ ରୁଷ ଯଥାସମ୍ଭବ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ପୁଟିନ କହିଥିଲେ । ସୂଚନା ଅନୁସାରେ ଖାରଖିଭରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବାରୁ ଚୂଡ଼ାନ୍ତ ଆକ୍ରମଣ ପୂର୍ବରୁ କିଛି ସମୟ ଦେବାକୁ ଭାରତ ନିଜର ବନ୍ଧୁରାଷ୍ଟ୍ର ରୁଷକୁ ଅନୁରୋଧ କରିଥିଲା । ଏହି ଅନୁରୋଧ ରକ୍ଷା କରି ରୁଷ ୬ ଘଣ୍ଟାର ସମୟ ଦେଇଥିଲା ।