ନୂଆଦିଲ୍ଲୀ : ସାରା ଦେଶରେ ଏବେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ହଂକଂରେ ଏବେ ଭୟର ବାତାବରଣ ଖେଳାଉଛି କୋଭିଡର ପଞ୍ଚମ ଲହର । ହଂକଂରେ ଏବେ ଦ୍ରୁତ ଗତିରେ ମାଡିଚାଲିଛି କୋଭିଡ ସଂକ୍ରମଣ । ସେଠାରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏବେ ୬୦ ହଜାର ଉପରେ ରହୁଛି । ସୂଚନାଯୋଗ୍ୟ ଯେ, ସାରା ଦେଶରେ ଏବେ କୋଭିଡ ସଂକ୍ରମଣ ହ୍ରାସ ପାଇଛଛି । କିନ୍ତୁ ହଂକଂରେ ଏବେ ତାଣ୍ଡବ ରଚୁଛି କୋଭିଡର ପଞ୍ଚମ ଲହର । ସେଠାରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ସେଠାରେ ଏବେ ହସ୍ପିଟାଲରେ ମଧ୍ୟ ବେଡ ମିଳୁନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ବିଶେଷଜ୍ଞମାନେ କହିଛନ୍ତି ଯେ, ସେଠାରେ ଟିକାକରଣ ଧିମା ପଡିବା ପରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।
ସେହିପରି ହଂକଂରେ ବହୁ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଡୋଜ ନେଇ ନାହାଁନ୍ତି । ସବୁଠୁ ବଡ କଥା ହେଉଛି ସେଠାରେ ସପ୍ତାହକ ମଧ୍ୟରେ ମଧ୍ୟରେ ୩୦୦ ରୁ ଅଧିକ କୋଭିଡ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ହଂକଂରେ ପୂର୍ବରୁ ଦୈନିକ କୋଭିଡ ସଂକ୍ରମଣ ମାମଲା ୭ ହଜାର ତଳେ ରହୁଥିଲା କିନ୍ତୁ ଏବେ ବର୍ତ୍ତମାନ ଦୈନିକ ମାମଲା ୬୦ ହଜାର ଉପରେ ରହୁଛି । ଯଦି ଆଗାମୀ ଦିନରେ ଏହି ମାମଲା ବୃଦ୍ଧି ପାଏ ସେଠାରେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।