ମୂଳ ମନ୍ଦିର ଖ୍ରୀଷ୍ଟିୟ ସପ୍ତମ ଶତାବ୍ଦୀ ସମୟର l କର୍ଣ୍ଣାଟକ ବେଲାରୀ ଜିଲ୍ଲାର ହାମ୍ଫି ଠାରେ ଥିବା ଶ୍ରୀ ବିରୂପାକ୍ଷ ମନ୍ଦିର l ଏହି ମନ୍ଦିର ବିଭିନ୍ନ ସମୟରେ ପାଣ୍ଡ୍ୟ, ଚାଲୁକ୍ୟ, ଚୋଳ, ହୋୟେସାଲା ଓ ବିଜୟ ନଗର ରାଜା ମlନଙ୍କ ଦ୍ୱାରା ପୁନଃ ନିର୍ମିତ ହୋଇଥିଲା l ବର୍ତ୍ତମାନ ର ମୁଖ୍ୟ ମନ୍ଦିରଟି ରାଜା କୃଷ୍ଣଦେବ ରାୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା l
ବିରୂପାକ୍ଷ ମନ୍ଦିର ତୁଙ୍ଗଭଦ୍ରା ନଦୀ କୂଳରେ ଅବସ୍ଥିତ ଓ ଏହା ସତ୍ୟ ଯୁଗରୁ ବ୍ରହ୍ମାଙ୍କର ତପସ୍ୟା ସ୍ଥଳ ରୂପେ ବିରାଜିତ ବୋଲି ବିଶ୍ୱାସ କରାଯାଏ l ସେ ବିରୂପାକ୍ଷ ଶିଵଙ୍କର ପ୍ରତିଷ୍ଠା ସହିତ ଯୋଗ ନରସିଂହଙ୍କର ଉପାସନା କରିଥିଲେ l