ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ସାହାରନପୁରରୁ ଦିଲ୍ଲୀ ଯାଉଥିବା ମେରୁଠର ଏକ ଷ୍ଟେସନରେ ଯାତ୍ରୀବାହୀ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଟ୍ରେନର ଇଞ୍ଜିନ ଓ ଦୁଇଟି ବଗି ଜଳିପୋଡି ପାଉଁଶ ହୋଇଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଟ୍ରେନ ଷ୍ଟେସନରେ ପହଞ୍ଚିବା ମାତ୍ରେ ଏହାର ଇଞ୍ଜିନ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟ ପଟେ ଇଞ୍ଜିନରେ ନିଆଁ ଲାଗିବା ପରେ ନିଆଁ ପଛ କୋଚକୁ ବ୍ୟାପିଯାଇଥିଲା ।

ଅନ୍ୟପକ୍ଷରେ ଖବର ପାଇଁ ଦମକଳ ବାହିନୀ ବିଭାଗ ଘଟଣାସ୍ଥଳରେ ପହଞ୍ôଚବା ବେଳକୁ ଇଞ୍ଜିନ ଓ ଦୁଇଟି କୋଚରେ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ମଧ୍ୟରେ ବଗି ପାଉଁଶ ହୋଇଯାଇଥିଲା । କିନ୍ତୁ ସବୁଠୁ ବଡ କଥା ହେଉଛି ଯେ, ଏହି ଅଗ୍ନିକାଣ୍ଡ ଘଟଣାରେ କେହି ମୃତାହତ ବା ଆହତ ହୋଇଥିବା ସୂଚନା ମିଳିନାହିଁ ।